‘ସୌମ୍ୟ’ ମୁଦ୍ରାସ୍ପିତିର ଫୋଟକା
ମୁଦ୍ରାସ୍ପିତି ପରିଚାଳନା ଏକ ଆଇନଭିତ୍ତିକ ଆଦେଶ ଆଧାରିତ ନୁହଁ, ଏହା ସାମଗ୍ରିକ ବିକାଶର ଏକ ଲକ୍ଷ୍ୟ ହେବା ଉଚିତ
The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.
୨୦୧୯ର ସାଧାରଣ ନିର୍ବାଚନ ହୁଏତ ପ୍ରଥମ ଥର ପାଇଁ ଆମ ନିର୍ବାଚନରେ ‘ମୁଦ୍ରାସ୍ପିତି’କୁ ନିର୍ବାଚନୀ କାର୍ଯ୍ୟସୂଚୀରେ ସ୍ଥାନ ଦେଇ ନଥିଲା । ଏହା ମଧ୍ୟ ଠିକ୍ ଥିଲା ଏଇଥିପାଇଁ ଯେ ଗତ ପାଞ୍ଚବର୍ଷ ଭିତରେ ଆମ ଦେଶରେ ମୁଦ୍ରାସ୍ଫିତି ବିଶେଷକରି ନଜରକୁ ଆସୁଥିବା ମୁଦ୍ରାସ୍ପିତିର ହାର ନିୟନ୍ତ୍ରିତ ରହିଛି । ୨୦୧୪ରୁ ୨୦୧୮ ଏପ୍ରିଲ ମାସ ଯାଏଁ ବର୍ଷକୁ ବର୍ଷ ହେଉଥିବା ମୁଦ୍ରାସ୍ଫିତିର ହାର, ଯଦି ଖାଉଟି କାର୍ଯ୍ୟସୂଚୀର ବଦଳର ହାରକୁ ହିସାବକୁ ନିଆଯାଏ, ତେବେ ବଡ଼ ଧରଣର ହ୍ରାସ ଘଟି ଯାହା ୬.୬୫ପ୍ରତିଶତ ଥିଲା ତାହା ୨.୪୨ପ୍ରତିଶତରେ ପହଂଚିଛି। କିନ୍ତୁ ଏହି ସଂଖ୍ୟାର ମୂଲ୍ୟଟିକୁ ବୈଧତା ଯୋଗାଇବା ପଛରେ ହୁଏତ ଏମିତି ଗୋଟିଏ କାରଣ ଅଛି ଯେ, ମୁଦ୍ରାସ୍ଫିତିଟି ଯାହା ୨ପ୍ରତିଶତରୁ ୬ ପ୍ରତିଶତ ଭିତରେ ରହିବା କଥା ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାସ୍ପିତି ଲକ୍ଷ୍ୟକୁ ସ୍ଥିର ରଖିଛି, ଯଦି ତାକୁ ଆମେ ଦେଖିବା ତେବେ ଆମେ କହିବା ‘ଚଳିବ’ ।
ମୁଦ୍ରାସ୍ପିତି ଓ ଅର୍ଥନୈତିକ ଅଭିବୃଦ୍ଧି ଭିତରେ ଥିବା ସମ୍ବନ୍ଧକୁ ନେଇ ଯେଉଁ ବୃହତ ଅର୍ଥନୈତିକ ଚର୍ଚ୍ଚା ଚାଲିଛି ତାହା ମୁଦ୍ରାସ୍ପିତିର ‘ପ୍ରାରମ୍ଭିକ ସ୍ତରର’ ମହତ୍ୱକୁ ସ୍ୱୀକାର କରିଥାଏ । ଯଦିଓ ଏକ ସର୍ବସମ୍ମତ ମତ ରହିଥାଏ ଯେ ଏହି ପ୍ରାରମ୍ଭିକ ସ୍ତର ଉପରକୁ ମୁଦ୍ରାସ୍ଫିତି ଚାଲିଗଲେ ଅର୍ଥନୈତିକ ଅଭିବୃଦ୍ଧି ଆଘାତପ୍ରାପ୍ତ ହୋଇଥାଏ । ତେବେ ଆର୍ଥିକ ଅଭିବୃଦ୍ଧି ଉପରେ ନିମ୍ନ ମୁଦ୍ରାସ୍ପିତିର ହାରର ଭଲ ପ୍ରଭାବ ସମ୍ପର୍କରେ କୌଣସି ପ୍ରମାଣଯୋଗ୍ୟ ତଥ୍ୟ ପୃଥକ୍ ଭାବେ ମିଳୁନାହିଁ ଏବଂ ଯାହା ମିଳୁଛି ତାହା ହୁଏତ ସୂଚାଉଛି ଯେ, ସକାରାତ୍ମକ ପ୍ରଭାବ ଅଛି ଅବା ତା’ର ପ୍ରଭାବ ଗୁରୁତ୍ୱହୀନ । ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରସ୍ତାବିତ ମୁଦ୍ରାସ୍ଫିତିର ସୀମା ସହିତ ଯଦି ଏଭଳି ତଥ୍ୟକୁ ଦେଖାଯାଏ ତେବେ ବର୍ତ୍ତମାନ ଭାରତରେ ଖାଉଟି ମୁଦ୍ରାସ୍ଫିତିରେ ଯେଉଁ ବୃଦ୍ଧି ଘଟିଛି ଯାହାକି ଏପ୍ରିଲ ୨୦୧୯ରେ ଗତ ପାଞ୍ଚମାସରେ ସବୁଠାରୁ ଅଧିକ ଅର୍ଥାତ୍ ଶତକଡ଼ା ୨.୯୨ପ୍ରତିଶତ ଥିଲା ଆମେ ତାକୁ ରିଜର୍ଭ ବ୍ୟାଙ୍କର ପ୍ରଚଳିତ ପ୍ରଥା ଭିତରେ ‘ସୌମ୍ୟ’ର ମାନ୍ୟତା ଦେବା । ରିଜର୍ଭ ବ୍ୟାଙ୍କ ଏହାଦ୍ୱାରା ପ୍ରଭାବିତ ନଥିବା କଥା ତାଙ୍କର ଏହି ନିଷ୍ପତ୍ତିରୁ ଜଣାଗଲା ଯେତେବେଳେ ନିଜର ନୀତିଗତ ହାରଟିକୁ ସେମାନେ ୩ମାସ ଭିତରେ ଶତକଡ଼ା ୬ରୁ ଖସାଇ ଶତକଡ଼ା ୫.୭୫କୁ ପହଂଚାଇଥିଲେ । ଏପରି କରିବାର ଉଦ୍ଦେଶ୍ୟ ହେଉଛି ଯେ, ଘରୋଇ ପୁଞ୍ଜି ବିନିଯୋଗ ଏବଂ ଖାଉଟି ଖର୍ଚ୍ଚକୁ ପ୍ରୋତ୍ସାହନ ଦେବା ଯାହାଫଳରେ ଜାତୀୟ ମୂଳ ଉତ୍ପାଦନ (ଜିଡିପି)ର ହାରଟି ବର୍ତ୍ତମାନ ଯାହା ୫.୮ପ୍ରତିଶତରେ ଅଛି ବୃଦ୍ଧି ପାଇ ୨୦୧୯-୨୦ ପାଇଁ ନିର୍ଦ୍ଧାରିତ ୭ ପ୍ରତିଶତରେ ପହଞ୍ôଚପାରିବ । ବୃହତ୍ତର ସାମାଜିକ ଅର୍ଥନୈତିକ ଉଦ୍ଦଶ୍ୟଗୁଡ଼ିକ ଉପରେ ଏହାର ପରିଣାମ କ’ଣ ପଡ଼ିବ ତାକୁ ଏଠାରେ ହିସାବ କରାଯାଇ ନଥାଏ ।
ଗତ ପ୍ରାୟ ୫ ଦଶନ୍ଧି ଧରି ଆମର ଅର୍ଥନୈତିକ ସାହିତ୍ୟ ଇଙ୍ଗିତ କରିଆସିଛି ଯେ, ଜାତୀୟ ମୂଳ ଉତ୍ପାଦନର ଅଗ୍ରଗତିଟି ହିଁ ଅର୍ଥନୈତିକ ଉପଲବ୍ଧର ଏକମାତ୍ର ଉପାୟ । ଏହାରି ମୂଳରେ ରହିଛି ଏଭଳି ଏକ ଧାରଣା ଯେ, ମଣିଷଟି ଅନୁକମ୍ପା, ସାମାଜିକତା, ସାମାଜିକ ପ୍ରତିବଦ୍ଧତା ଓ ସାମୂହିକ କାର୍ଯ୍ୟଗୁଡ଼ିକ ଭଳି ନିଜର ସ୍ୱଭାବ ଏବଂ ପ୍ରେରଣା ସୂଚିତ କରୁଥିବା ପ୍ରମୁଖ କ୍ଷେତ୍ରଗୁଡ଼ିକୁ ନ୍ୟୁନ କରି କେବଳ ନିଜର ଉପଯୋଗିତାକୁ ବହୁଗୁଣ ବଢ଼ାଇବା ଚିନ୍ତାରେ ନିମଗ୍ନ ରହିବ । ଜାତୀୟ ମୂଳ ଉତ୍ପାଦନକୁ ମଦତ୍ ଯୋଗାଇଦେବା ପାଇଁ ମୁଦ୍ରାସ୍ଫିତି ନିୟନ୍ତ୍ରଣକୁ ଲକ୍ଷ୍ୟରେ ରଖିବା ନୀତିଟି ଏପରି ଏକ ଧାରଣା ଉପରେ ଆଧାରିତ ହେଉଥିବା କଥାଟି ଅସ୍ୱାଭାବିକ ଲାଗେନାହିଁ । ଉଦାହରଣ ସ୍ୱରୂପ ମନେ ପକାନ୍ତୁ ଯେ ୨୦୧୪ ସାଧାରଣ ନିର୍ବାଚନ ଲଢ଼ୁଥିବା ବେଳେ ଭାଜପା ଆକାଶଛୁଆଁ ଖାଦ୍ୟଦ୍ରବ୍ୟର ଖାଉଟି ଦରବୃଦ୍ଧିକୁ ଭିତ୍ତି କରି ଲଢ଼ିଥିଲା । ସେମାନଙ୍କର ବିଜୟ ପଛରେ ମଧ୍ୟବିତ୍ତ ଶ୍ରେଣୀର ବଳିଷ୍ଠ ଯୋଗଦାନ ଥିଲା, ଯେଉଁ ଶ୍ରେଣୀଟି ଭାରତର ଖାଉଟି ବଜାରରେ ପତିଆରା ରଖିଆସିଛି । ପରିଣାମ ସ୍ୱରୂପ ଭାଜପା ନେତୃତ୍ୱରେ ଚାଲିଥିବା ସରକାରଙ୍କର ଖାଉଟି ଦରକୁ କମ୍ କରିବା ପାଇଁ ଏକ ଦୁର୍ବଳତା ରହିଆସିଛି ଯଦିବି ଏଭଳି ନିଷ୍ପତ୍ତି ଖାଦ୍ୟ ଉତ୍ପାଦକମାନଙ୍କର ପ୍ରାପ୍ୟ ମୂଲ୍ୟକୁ କମ୍ କରାଉଥିବା ସମ୍ପର୍କରେ ତଥ୍ୟ ଆମକୁ କୃଷିକ୍ଷେତ୍ରରେ ମିଳୁଛି । ଅନ୍ୟପଟେ କୃଷିକ୍ଷେତ୍ରରେ ସଙ୍କଟ ଦେଇ ଗତି କରୁଥିବା ସେମାନଙ୍କର ଭାଇଭଉଣୀଙ୍କ ଜୀବନଜୀବିକା ପ୍ରତି ମଧ୍ୟବିତ୍ତ ଶ୍ରେଣୀର କୌଣସି ସାମାଜିକ ଭାତୃଭାବନା ନାହିଁ ।
ଏଭଳି ଏକ ପରିପ୍ରେକ୍ଷୀରେ ମୁଦ୍ରାସ୍ଫିତିର ସୌମ୍ୟ ରୂପ ବରଂ ଅଧିକ ପ୍ରତିକ୍ରିୟା ସୃଷ୍ଟି କଲାଭଳି ଜଣାପଡ଼େ ଯେହେତୁ ମୁଦ୍ରାସ୍ଫିତିର ବିବିଧ ଦିଗଗୁଡ଼ିକ (ଯଥା – ଖାଉଟି ମୂଲ୍ୟ ସୂଚାଙ୍କ, ହୋଲସେଲ୍ ମୂଲ୍ୟ ସୂଚାଙ୍କ ଅବା ଜିଡ଼ିପି ହ୍ରାସ) ଏବଂ ବିବିଧ ଦ୍ରବ୍ୟ ଓ ସେବାଗୁଡ଼ିକର ଦରକୁ ନେଇ ଥିବା ଆପେକ୍ଷିକ ସ୍ୱଭାବ ଆମ ଅର୍ଥନୀତିର ଭିନ୍ନ ଭିନ୍ନ ଖେଳୁଆଡ଼ଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରାସଙ୍ଗିକତା ବହନ କରିଥାଏ । ତେଣୁକରି ମୁଦ୍ରାସ୍ଫିତିର ହାରକୁ ଲକ୍ଷ୍ୟ କରି ନିଆଯାଉଥିବା ବିଧିବଦ୍ଧ ନିଷ୍ପତ୍ତିଟି ବିଭାଜିତ କରିବା ବା ଦୂରେଇ ରଖିବାର ରାଜନୀତିକୁ ଭଲ ସୁହାଉଛି । ଏହା ପରବର୍ତ୍ତୀ ପ୍ରକ୍ରିୟାରେ ମତଦାତାଙ୍କର ବୁଦ୍ଧିମାନ ଚିନ୍ତାକୁ ସମର୍ଥନ ଯୋଗଉଛି ବିଶେଷକରି ଯେଉଁମାନେ ସାଧାରଣ ଭୋଟଦାତାଙ୍କ ତୁଳନାରେ ମତାମତ ସୃଷ୍ଟିକାରି ଲୋକ ହିସାବରେ ପରିଚିତ ମାନଙ୍କୁ ‘ହିତାଧିକାରୀ’ ମାନ୍ୟତା ଦେଇ ।
ବିଚାରଗତ ଦୃଷ୍ଟିରୁ ହୋଲସେଲ୍ ମୂଲ୍ୟ ସୂଚୀ ତୁଳନାରେ ଖାଉଟି ମୂଲ୍ୟ ସୂଚିଟି ମୁଦ୍ରାସ୍ପିତିକୁ ଭିତ୍ତି କରି ମୁଦ୍ରା ନୀତି ସମ୍ପର୍କିତ ନୀତି ନିର୍ଦ୍ଧାରଣ ପାଇଁ ଭଲ ସଙ୍କେତ ହିସାବରେ ବିଚାର କରାଯାଏ, ଯେହେତୁ ଏହା ଖୁଚୁରା ସ୍ତରର ମୁଦ୍ରାସ୍ଫିତିକୁ ବୁଝାଇଥାଏ । କିନ୍ତୁ ବୈଷୟିକ ଦୃଷ୍ଟିରୁ ଦେଖିଲେ ଖାଦ୍ୟପାନୀୟଗୁଡ଼ିକର ମିଳିତ ମୂଲ୍ୟ ପାଖାପାଖି ଶତକଡ଼ା ୪୬ଭାଗ ଥିବା ସତ୍ତେ୍ୱ ରିଜର୍ଭ ବ୍ୟାଙ୍କର ମୁଦ୍ରାସ୍ପିତି ନିର୍ଦ୍ଧାରଣ ପାଇଁ ଯେଉଁ ଢାଞ୍ଚା ଅଛି ତାହାର କମ୍ ପ୍ରଭାବ ଖାଉଟି ମୂଲ୍ୟ ସୂଚି ଉପରେ ପଡ଼ୁଛି । ଖାଦ୍ୟ ଦରର ଅଧିକାଂଶ ମୁଦ୍ରାସ୍ଫିତି ବା ଅବସ୍ଥିତି ଭାରତରେ ଯୋଗାଣ ପ୍ରସଙ୍ଗ ଦ୍ୱାରା ପ୍ରଭାବିତ, ଯେମିତିକି ବିଶ୍ୱ ବଜାରରେ ଅଶୋଧିତ ତୈଳଦରର ହାର ଏପଟସେପଟ ହେବା ଅବା ଘରୋଇ ଖାଦ୍ୟ ଉତ୍ପାଦନରେ ବିଭ୍ରାଟ ଦେଖାଦେବା, ଯାହା ଉପରେ ରିଜର୍ଭ ବ୍ୟାଙ୍କର କୌଣସି ନିୟନ୍ତ୍ରଣ ନାହିଁ । ଏହି ସବୁ ଅର୍ଥନୈତିକ କାରଣଗୁଡ଼ିକ ପିଠି ଉପରେ ସବାର ହୋଇଛି ବର୍ତ୍ତମାନର ସରକାରଙ୍କର ରାଜନୈତିକ ହସ୍ତକ୍ଷେପ ଯଥା ଯୋଗାଣ କ୍ଷେତ୍ରର ପରିଚାଳନା ପାଇଁ ରପ୍ତାନୀ ଉପରେ କଟକଣା ଜାରି କରିବା ବା ଖାଦ୍ୟଦ୍ରବ୍ୟର ମହଜୁଦ କରିବା କଥାକୁ ନେଇ କଟକଣା ଲଗାଇବା ଓ ନିଃଶୁଳ୍କ ଆମଦାନୀ ଉପରେ କଟକଣା ରଖିବା ଅବା ବିମୁଦ୍ରାୟନ ଓ ଜି.ଏସ୍.ଟି. ଭଳି ଟିକସ ଲାଗୁ କରିବା ଯାହାଫଳରେ ବଜାରରେ ନଗଦ ଟଙ୍କାର ସଙ୍କଟ ଦେଖାଯାଉଛି ଓ କ୍ରେତାମାନେ ଆସ୍ଥା ହରାଉଛନ୍ତି ।
ଯେହେତୁ ଖାଉଟି ମୂଲ୍ୟ ସୂଚାଙ୍କର ସୌମ୍ୟ ରୂପ କେବଳ ଏକ ସୁଯୋଗର ବିଷୟବସ୍ତୁ ମାତ୍ର, ରିଜର୍ଭ ବ୍ୟାଙ୍କ ଦ୍ୱାରା ଆଇନଗତ ମତାଦେଶର ସୀମା ଭିତରେ ମୁଦ୍ରାସ୍ଫିତି ହାର ରହିଲେ ବି ଖାଉଟିମାନଙ୍କ ପାଇଁ ତାହା ଯେମିତି ଅହାନିକର ଜଣାପଡ଼ୁଛି ସେମିତି ନୁହେଁ । ପ୍ରଥମେ ଯେହେତୁ ଏହା ଖାଦ୍ୟ କ୍ଷେତ୍ରରେ ମୁଦ୍ରାସ୍ଫିତି ଯୋଗୁଁ ବଢ଼ିଛି ଯାହାକି ଯଦି ହୋଲସେଲ୍ ମୂଲ୍ୟ ସୂଚାଙ୍କରେ ଦେଖାଯାଏ ତେବେ ଗତ ୩୩ମାସ ଭିତରେ ସବୁଠାରୁ ଅଧିକ ୭.୪ ପ୍ରତିଶତରେ ପହଞ୍ôଚଛି । କେତୋଟି ପ୍ରମୁଖ ଖାଦ୍ୟପଦାର୍ଥର ଦରରେ ତୁହାକୁ ତୁହା ବୃଦ୍ଧି ଘଟିବା ଯୋଗୁଁ ଏଭଳି ଅବସ୍ଥା ଉପୁଜିଛି । ବର୍ଷ ପରେ ବର୍ଷ ଆମେ ଦେଖୁଛୁ ଯେ, ଡାଲିଜାତୀୟ ଦ୍ରବ୍ୟର ମୁଦ୍ରାସ୍ଫିତି ଶତକଡ଼ା ୧୪ ପ୍ରତିଶତର ତଳକୁ ଅବା ଉପରକୁ ରହୁଛି ଯେତେବେଳେ କି ଚାଉଳ, ଗହମ ଇତ୍ୟାଦି କ୍ଷେତ୍ରରେ ମୁଦ୍ରାସ୍ଫିତି ଶତକଡ଼ା ୮.୫ପ୍ରତିଶତ ରହିଛି । ଦ୍ୱିତୀୟରେ ଦକ୍ଷିଣ -ପଞ୍ଚିମ ମୌସୁମୀବାୟୁ ଦ୍ୱାରା ଭଲ ବର୍ଷା ହେବା ସମ୍ପର୍କରେ ପାଣିପାଗ ବିଭାଗ ଆଶାବାଦୀ ନୁହେଁ । ଯାହାଫଳରେ ଉତ୍ପାଦନ କମିପାରେ ଏବଂ ଖାଦ୍ୟଦ୍ରବ୍ୟର ମୂଲ୍ୟ ବୃଦ୍ଧି ଘଟିବାର ଆଶଙ୍କା ବଢ଼ିପାରେ । ତୃତୀୟ କଥାଟି ହେଉଛି ଯେ, ବିଶ୍ୱ ରାଜନୀତିରେ ତୈଳଦରକୁ ନେଇ ଯେଉଁ ଅନିଶ୍ଚିତତା ରହିଛି ତାହା ବ୍ୟାରେଲ୍ ପିଛା ୬୦ଡଲାରରୁ କମ୍ ରହିବା ସ୍ଥିତିକୁ ଅଧିକ ବଢ଼ାଇପାରେ ଯାହାଫଳରେ ଖାଦ୍ୟଦ୍ରବ୍ୟଗୁଡ଼ିକ ମୂଲ୍ୟ ଉପରେ ଚାପ ବୃଦ୍ଧି ଘଟିପାରେ ।
ବିକଳ୍ପ ଭାବେ ଦେଖିଲେ ଏଭଳି ମୂଲ୍ୟବୃଦ୍ଧିରୁ ଫାଇଦା ନେବାପାଇଁ କୃଷକମାନଙ୍କର ଦକ୍ଷତା ରାଷ୍ଟ୍ରର ଖାଦ୍ୟ ଅର୍ଥନୀତିକୁ ପରିଚାଳନାର କରିବାର ନିଷ୍ଠା ଉପରେ ନିର୍ଭର କରିବ । ବର୍ତ୍ତମାନର ବିଜେପି ନେତୃତ୍ୱରେ ଥିବା ସରକାର ସମସ୍ତଙ୍କୁ ନେଇ ବିକାଶ କରିବାର ଅତି ପ୍ରଚାରିତ ପ୍ରତିଶ୍ରୁତି ବାହାରକୁ ଯାଇ ବିକାଶର ପରିଚାଳନାକୁ ନେଇ ଏକ ସାମଗ୍ରିକ ଦୃଷ୍ଟିଭଙ୍ଗୀ ଆପଣେଇ ପାରିବେ କି? ନା ବର୍ତ୍ତମାନର ମୁଦ୍ରାସ୍ଫିତି ଲକ୍ଷ୍ୟକୁ ଆବୋରି ଧରି ଜାତୀୟ ମୂଳ ଉତ୍ପାଦନ ଭଳି ସ୍ଥାଣୁ ଅବସ୍ଥା ପଛରେ ଦୌଡ଼ିବା କାର୍ଯ୍ୟକ୍ରମଟିକୁ ଜାରି ରଖିବେ?