ISSN (Print) - 0012-9976 | ISSN (Online) - 2349-8846

ମଣିଷ-ବନ୍ୟଜନ୍ତୁ ଲଢେଇ

ଅଭ୍ୟାସଗତ ମଣିଷ-ଖିଆ ଜନ୍ତୁଙ୍କୁ ବାହାର କରିବା ନେଇ ନାଟକୀୟ ଓ ପ୍ରତିହିଂସା ପରାୟଣ ପଦକ୍ଷପ ନ ନେଇ ନିଦ୍ଧିଷ୍ଟ ଓ ଆଇନଗତ ପଦକ୍ଷେପ ନିଆଯାଉ ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଗତ କିଛି ସପ୍ତାହ ଧରି, ମଣିଷ-ଖିଆ ବାଘୁଣୀକୁ ନେଇ ମହାରାଷ୍ଟ୍ରରେ ବନ୍ୟଜନ୍ତୁ କର୍ମୀ ଏବଂ ରାଜ୍ୟ ସରକାର ଓ ରାଲେଗାଁଓର ଗ୍ରାମବାସୀମାନଙ୍କ ମଧ୍ୟରେ ଦ୍ୱନ୍ଦ ଦେଖାଦେଇଛି । ଦୁଇଟି ଛୁଆ ଥିବା ବାଘୁଣୀକୁ ଗୁଳି କରିବା ପାଇଁ ଜଙ୍ଗଲ ବିଭାଗର ନିଷ୍ପତି ବିରୁଦ୍ଧରେ କର୍ମୀମାନେ ସର୍ବୋଚ୍ଚନ୍ୟାୟାଳୟକୁ ଯାଇଥିଲେ ଏବଂ ନ୍ୟାୟାଳୟ ଗୁଳି ଉପରେ ରହିତାଦେଶ ଦେବା ପାଇଁ ମନା କରିଦେଇଛନ୍ତି ।

ରାଜ୍ୟ ଜଙ୍ଗଲବିଭାଗ ବାଘୁଣୀକୁ ଧରିବାରେ ବିଫଳ ହେଲେ, ଶେଷରେ ଗୁଳି କରାଯାଇ ପାରେ । ବନ୍ୟଜନ୍ତୁ ମାରିବା ନେଇ ଲୋକଙ୍କ ମଧ୍ୟରେ ଉଭୟ ଅବିଶ୍ୱାସ ଓ ଭୟ ରହିଛି । ଯଦି କ୍ଷତି ବା କ୍ଷତର କାରଣ ଅଧିକ ହୁଏ, ଏହା ଅଧିକ ହୋଇଥାଏ । ବାଘ ଭଳି ଜନ୍ତୁ କ୍ଷେତ୍ରରେ ଏହା ସହଜରେ ଜଣାପଡେ । ବନ୍ୟଜନ୍ତୁ କର୍ମୀମାନେ ଦର୍ଶାଉଛନ୍ତି ଯେ ଏଭଳି ଘଟଣା କ୍ୱଚିତ୍ ଘଟୁଥିବାରୁ ଗୋଟିଏ ଜନ୍ତୁକୁ ମଣିଷ-ଖିଆ ଭାବେ ଚିହ୍ନଟ କରିବା ଏବଂ ଗୋଟିଏ ନିଦ୍ଧିଷ୍ଟ ବାଘ ହତ୍ୟା ପଛରେ ରହିଛି କହିବା କଷ୍ଟକର । ଅନ୍ୟ ଦିଗଟି ହେଉଛି ବିପଦଜନକ ଜନ୍ତୁମାନଙ୍କ ପାଖରେ ରହୁଥିବା ଆଞ୍ଚଳିକ ଲୋକମାନଙ୍କ ମନରେ ଥିବା ବାସ୍ତବ ଭୟ ।

ସେଥିପାଇଁ ଏଭଳି ପରିସ୍ଥିତିରେ କେବଳ କିଏ ନୁହେଁ, କଣ ଦାୟୀ ପ୍ରଶ୍ନର ଉତ୍ତର ଗୁରୁତ୍ୱପୂର୍ଣ୍ଣ । ଯେଉଁମାନେ ବନ୍ୟଜନ୍ତୁଙ୍କ ପାଇଁ ସ୍ୱର ହେବା ପାଇଁ ଚାହୁଁଛନ୍ତି - ଏହି ଘଟଣାରେ ସର୍ବୋଚ୍ଚନ୍ୟାୟାଳୟକୁ ଯାଇଥିବା କର୍ମୀମାନେ - ବରମ୍ବାର କହିଥାନ୍ତି ଯେ ଜନ୍ତୁମାନେ ଦୋଷୀ ନୁହନ୍ତି, ବରଂ ମାନବୀୟ ଚାପ ଓ ମଣିଷର ବିଶୃଙ୍ଖଳା ହିଁ ଏଥିପାଇଁ ଦାୟୀ । ସର୍ବୋଚ୍ଚନ୍ୟାୟାଳୟରେ ଏହି ଯୁକ୍ତି ରନ୍ଥମ୍ବୋରର ଓସ୍ତାଦ ନାମକ ବାଘ ପାଇଁ କରାଯାଇ ଥିଲା, ଯାହା ବିରୁଦ୍ଧରେ ମଣିଷ-ଖିଆ ଅଭିଯୋଗ ଥିଲା । ପରବର୍ତ୍ତି ଅବସ୍ଥାରେ ଓସ୍ତାଦକୁ ଚିଡିଆଖାନାରେ ରଖାଯାଇଥିଲା । ଯଦିଓ ସର୍ବୋଚ୍ଚନ୍ୟାୟାଳୟ ଏହି କ୍ଷେତ୍ରରେ ହସ୍ତକ୍ଷେପ ନ କରିବା ଯୁକ୍ତି ସଂଗତ, କାରଣ ଗୋଟିଏ ଜନ୍ତୁକୁ ମଣିଷ ମାରିବାରେ ଦୋଷୀ କରାଯାଇ ପାରିବ ନାହିଁ । ଏହି ନିଷ୍ପତିକୁ ଜଙ୍ଗଲବିଭାଗ ନେତୃତ୍ୱରେ ଏକ ସ୍ୱାଧୀନ ଓ କ୍ଷମତା ସଂପର୍ଣ୍ଣ କ୍ଷେତ୍ର ଭିତ୍ତିକ ପ୍ରକ୍ରିୟା ଉପରେ ହିଁ ଛାଡି ଦିଆ ଯାଇ ପାରିବ । ବାଘ ଓ ଚିତା ଭଳି ଜନ୍ତୁମାନଙ୍କ ମଧ୍ୟରୁ ମଣିଷ-ଖିଆ ଖୋଜି ବାହାର କରିବାର ପ୍ରକ୍ରିୟା ଅସଂଗତ ଓ ସନ୍ଦେହପୂର୍ଣ୍ଣ ରହିଆସିଛି । ପୂର୍ବରୁ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ କୌଣସି ଖୋଜିବାର ପ୍ରକ୍ରିୟା ଅନୁସରଣ ନ କରି ଚିତାମାନଙ୍କୁ ଗୁଳିକରି ହତ୍ୟା କରାଯାଇଛି । ପ୍ରତ୍ୟେକ ଚିତା ଓ ବାଘର ପଞ୍ଝାର ଛାପ ଅଲଗା ଅଲଗା । ସେଥିପାଇଁ ଗୋଟିଏ ବାଘକୁ ଅଭ୍ୟାସଗତ ମଣିଷ-ଖିଆ ଭାବେ ଚିହ୍ନଟ କରିବାକୁ ନିଦ୍ଧିଷ୍ଟ ଭାବେ ଦେଖି କିମ୍ବା କ୍ୟାମେରାରେ ଠାବ କରିବା ଆବଶ୍ୟକ । ମଣିଷ-ଖିଆମାନଙ୍କୁ ଚିହ୍ନଟ କରିବା ପାଇଁ ଜାତୀୟ ବାଘ ସଂରକ୍ଷଣ ଅଧିକାରୀଙ୍କର ନିଦ୍ଦେର୍ଶନାମା ନିଦ୍ଧିଷ୍ଟ ଭାବେ କୁହେ ଯେ ବାଘଟି 'ମଣିଷ-ମରା' ନା 'ମଣିଷ-ଖିଆ', ତଦନ୍ତ ଏହାର ତଥ୍ୟ ସଂଗ୍ରହ କରିବା ଉଚିତ୍ । ପ୍ରଥମ ବିଭାଗର ଘଟଣାଗୁଡିକ ଅଭ୍ୟାସଗତ ମଣିଷ-ମରା ନ ହୋଇ ଆକସ୍ମିକ ହୋଇଥାଏ ।

ପୁନଶ୍ଚ ମଣିଷ-ଖିଆମାନଙ୍କୁ ପ୍ରତିରୋଧ କରିବାର ଅନୈତିକ କାର୍ଯ୍ୟ ଆଗକୁ ଆସୁଛି । ଶୀକାରକରିବା ବନ୍ୟଜନ୍ତୁ (ସୁରକ୍ଷା) ଆଇନ ୧୯୭୭ ଅନୁଯାଇ ବେଆଇନ । ମୁଖ୍ୟ ବନ୍ୟଜନ୍ତୁ ତତ୍ତ୍ୱାବଧାୟକଙ୍କ ନିର୍ଦ୍ଦେଶରେ ସଂରକ୍ଷିତ ବନ୍ୟଜନ୍ତୁମାନଙ୍କୁ ଦମନ କରାଯାଇ ପାରିବ, କେବଳ ଯେତେବେଳେ ସେମାନେ ମଣିଷଜୀବନ ପ୍ରତି ବିପଦ ହୋଇଯିବେ । ଅଭ୍ୟାସଗତ ମଣିଷ-ଖିଆ ଜନ୍ତୁମାନଙ୍କୁ ଆଇନଗତ ଭାବେ ବାହାର କିମ୍ବା ହତ୍ୟା କରାଯିବା ଆବଶ୍ୟକ ଏବଂ ଏହି କାର୍ଯ୍ୟ ନିର୍ଦ୍ଧିଷ୍ଟଭାବେ ରାଷ୍ଟ୍ର ଦ୍ୱାରା ହେବା ଆବଶ୍ୟକ, କୌଣସି ନାଟକୀୟ ବା ପ୍ରତିହିଂସା ପରାୟଣ ହୋଇ ନୁହେଁ । 'ସମସ୍ୟାରେ ରହିଥିବା ଜନ୍ତୁମାନ'ଙ୍କୁ ଗୁଳି କରାଯିବା ପରେ ମୃତ ଜନ୍ତୁମାନଙ୍କ ଶରୀରକୁ ଶୀକାରୀମାନଙ୍କ କାନ୍ଧରେ କିମ୍ବା ବନ୍ଧୁକ ମୁନରେ ସେମାନଙ୍କ ପାଦ ତଳେ ପଡିଥିବାର ଛବି ବହୁଳ ପ୍ରସାରିତ ହେଉଛି । ଦୀର୍ଘକାଳୀନ ସମାଧାନରେ କାର୍ଯ୍ୟକରୁଥିବା ଆଇନ୍‌ଗତ ସଂରକ୍ଷଣ ନୀତି ରଖୁଥିବା ଆଧୁନିକ ରାଷ୍ଟ୍ର ଅପେକ୍ଷା ଏହି ଛବିଗୁଡିକ ପ୍ରତିହିଂସା ଧାରଣା ସୃଷ୍ଠି କରୁଥିବା ପୁରସ୍କୃତ ଶୀକାରର ମୂଲ୍ୟବୋଧକୁ ହିଁ ଅଧିକ ଭାବେ ଦେଖାଇ ଥାଏ । ଏଭଳି ଘଟଣା ପରେ ଡିସେମ୍ବର ୨୦୧୬ରେ ଉତ୍ତରାଖଣ୍ଡ ଉଚ୍ଚନ୍ୟାୟାଳୟର ଆଦେଶନାମା ବନ୍ୟଜନ୍ତୁମାନଙ୍କ ମୃତ ଶରୀରକୁ ଛପା କିମ୍ବା ଇଲେକ୍ଟୋନିକ୍ସ ଗଣମାଧ୍ୟମରେ ଦେଖାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ମଣିଷ-ଖିଆ ବିଷୟର ସମାଧାନ ନେଇ ଆଲୋଚନା ପଶୁମାନଙ୍କ ଅଧିକାର ଅପେକ୍ଷା ବନ୍ୟ-ସଂରକ୍ଷଣକୁ ନେଇ ହେବା ଉଚିତ୍ । ସଂରକ୍ଷଣ ପ୍ରଜାତିମାନଙ୍କର ଉପସ୍ଥିତି ଆବଶ୍ୟକ କରେ ଏବଂ ଏହା ଜନଗଣଙ୍କ ସହଯୋଗ ବିନା କେବେ ବି ସଂବଭ ନୁହେଁ । ସୁସ୍ଥ ସଂରକ୍ଷଣ ପଦ୍ଧତି ବୁଝିଥାଏ ଯେ ସେମାନେ ଜୀବଜଗତ ମଧ୍ୟରେ ହିଁ ତିଷ୍ଠି ପାରିବେ, ବାହାରେ ନୁହେଁ । ଅନ୍ୟ ପକ୍ଷରେ ପଶୁମାନଙ୍କ ଅଧିକାର ସେମାନଙ୍କର ଅବଦାନ ଅପେକ୍ଷା ପ୍ରତ୍ୟେକ ପଶୁର କଲ୍ୟାଣ ସହ ସଂପର୍କିତ ହୋଇ ଥାଏ । ସେଥିପାଇଁ ଅଭ୍ୟାସଗତ ମଣିଷ-ଖିଆକୁ ଜୀବନ୍ତ ରଖିବାକୁ କହିବା ଗ୍ରହଣୀୟ ନୁହେଁ । ମଣିଷ-ପଶୁଙ୍କ ସହବସ୍ଥାନ ଲୋକପ୍ରୟତା କିମ୍ବା ପଶୁ ଅଧିକାର ଭଳି ଏକ ପାଖିଆ ନ ହେବା ଆବଶ୍ୟକ ।

ଏହି ଲଢେଇ ପାଇଁ କାହାକୁ ଦୋଷ ଦେବାକୁ ହେବ - ବୁଝିବାକୁ ହେଲେ, ଆମକୁ ମଣିଷ-ବନ୍ୟଜନ୍ତୁ ଲଢେଇ ଅସହିଷ୍ଣୁତାର କାରଣକୁ ବୁଝିବାକୁ ହେବ । ବିନା ସହାୟତାରେ ସଂରକ୍ଷଣ ପାଇଁ ମୂଲ୍ୟ ଦେବାପାଇଁ ଗରୀବମାନଙ୍କ ଠାରୁ ଆଶା କରା ନ ଯାଇ ପାରେ । ଏହା ଛଡା ମଣିଷ-ବନ୍ୟଜନ୍ତୁ ଲଢେଇ ଅନ୍ୟ ବାଟ ମଧ୍ୟ ଧରିପାରେ । ପଶୁମାନେ ଜନଗଣଙ୍କର ଦୈନଦିନ ହତାସାର ପ୍ରତୀକ ହୋଇଯାଇ ପାରନ୍ତି ।

ଏହାର କେବଳ ଉତ୍ତର ହେଉଛି, ବାସ୍ତବମୁଖୀ ସମାଧାନର ବାଟ ଖୋଜିବା । ଫସଲ ଓ ପଶୁ ସମ୍ପଦର ବୀମା ବନ୍ଧୁତ୍ୱପୂର୍ଣ୍ଣ ଓ କାର୍ଯ୍ୟକ୍ଷମ ହେବା ଆବଶ୍ୟକ । ବନ୍ୟଜନ୍ତୁମାନଙ୍କର ବ୍ୟବହାର ସମ୍ପର୍କରେ ବ୍ୟାପକ ପ୍ରଚାର କରାଯିବା ଆବଶ୍ୟକ । ଜଙ୍ଗଲ ବିଭାଗ ନୀରବଦ୍ରଷ୍ଟା ନ ହୋଇ, ଲଢେଇର ଘଟଣାଗୁଡିକୁ ସ୍ୱଚ୍ଛ, ତୁରନ୍ତ ଓ କ୍ରମାଗତ ଭାବେ ଦେଖିବା ଆବଶ୍ୟକ । ପଶୁ-ସମ୍ପଦର ସୁରକ୍ଷା ପ୍ରତି ଥିବା ବିପଦ ଭଳି ଏହି ଅଞ୍ଚଳରେ ରହୁଥିବା କିମ୍ବା ଅଧିବାସୀମାନଙ୍କର ଅନ୍ୟାନ୍ୟ ସମସ୍ୟା ପ୍ରତି ମଧ୍ୟ ସତର୍କ ଦୃଷ୍ଟି ଦିଆଯିବା ଆବଶ୍ୟକ । ଘଞ୍ଚ ଅଞ୍ଚଳରେ ମାନବୀୟ ଚାପ ବଢୁଥିବାରୁ ସ୍ଥାନ-ବିଶେଷ ଅନୁଯାଇ ଠୋସ୍ ସମାଧାନ ଆମର କେବଳ ଏକ ପସନ୍ଦ ହୋଇ ରହିନାହିଁ, ଏହା ଆଜିର ଏକ ଆବଶ୍ୟକତା ।

Back to Top