ISSN (Print) - 0012-9976 | ISSN (Online) - 2349-8846

ଅନ୍ତର୍ଭୁକ୍ତି ହିନ୍ଦୁତ୍ୱ ଏକ ସାଧାରଣ ମଙ୍ଗଳକାର୍ଯ୍ୟ କି ?

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ‘ଅନ୍ତର୍ଭୁକ୍ତି ହିନ୍ଦୁତ୍ୱ’  ବାସ୍ତବ ନୁହେଁ, କ୍ଷଣିକ ମାତ୍ର ।

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ  ବିଭିନ୍ନ ରାଜନୈତିକ ଶକ୍ତିମାନେ ନିଜ ନିଜର ହିସାବ ମୁତାବକ ନିଜର  ଅବସ୍ଥାନ ଓ ପୁନର୍ବସ୍ଥାନ ଜରିଆରେ ନିଜ ନିଜର ରାଜନୈତିକ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଏକ ମେଣ୍ଟ ଗଠନପାଇଁ  ଲାଗିଛନ୍ତି । ମଜାର କଥା ହେଉଛି ସାଧାରଣ ମଙ୍ଗଳ କାର୍ଯ୍ୟକ୍ରମ  ବା କମନ ମିନିମମ ପ୍ରୋଗ୍ରାମ ନାମରେ ଏଇ ଯେଉଁ ସବୁ ଅବସ୍ଥାନ ଓ ପୁର୍ନବସ୍ଥାନ କାର୍ଯ୍ୟ ଚାଲୁଛି ତାହା ମଧ୍ୟ  ପରସ୍ପର ମଧ୍ୟରେ ଦ୍ୱନ୍ଦ ସୃଷ୍ଟି କରିବାରେ ଲାଗିଛି । ଉଦାହରଣ ସ୍ୱରୂପ ବିରୋଧୀ ଦଳରେ ଥିବା ଦଳଗୁଡିକ ମତ ଦେବାରେ ଲାଗିଛନ୍ତି ଯେ ସେମାନେ ପରସ୍ପର ସହିତ ଏକତ୍ର ସହାବସ୍ଥାନ ପାଇଁ ପ୍ରସ୍ତୁତ ଅଛନ୍ତି । ସେମାନେ ଏଥିପାଇଁ ଗଣତନ୍ତ୍ର, ଧର୍ମନିରପେକ୍ଷତା, ଭୟମୁକ୍ତ ସମାଜ ଆଦି କଥାଗୁଡିକୁ କହୁଛନ୍ତି । ଅନ୍ୟ ପକ୍ଷରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)ର ମୁଖିଆ ଓ ଭାରତୀୟ ଜନତା ପାର୍ଟି ଜନତାଙ୍କୁ ହୃଦୟଙ୍ଗମ କରାଇବାକୁ ଚାହୁଁଛନ୍ତି ଯେ ହିନ୍ଦୁତ୍ୱ ହେଉଛି ବିଶ୍ୱରେ ଏକମାତ୍ର ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ମଙ୍ଗଳ କାର୍ଯ୍ୟ । କିନ୍ତୁ ସଂଘ ପରିବାର ମୁଖିଆଙ୍କର ଏତାଦୃଶ ସର୍ବ-ଅନ୍ତର୍ଭୁକ୍ତି ସ୍ୱରୂପ ପ୍ରଦର୍ଶନ କେବଳ ଅଧିକ ଆତ୍ମବିଶ୍ୱାସ ସୃଷ୍ଟି ପାଇଁ  ଉଦ୍ଦିଷ୍ଟ,ତେଣୁ ଏଥିରେ ସମତାବାଦୀ ନିଷ୍ଠା ପରିଲକ୍ଷିତ ହେଉ ନାହିଁ । 

                ଆରଏସଏସ ମୁଖ୍ୟ ତାଙ୍କ ଭାଷଣ-ମାଳାରେ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କର ପସନ୍ଦର ‘କଂଗ୍ରେସ ମୁକ୍ତ ଭାରତ’ ନାରା  ଉପରେ ସେତେ ଗୁରୁତ୍ୱ ନ ଦେବାକୁ ଏହି ପୁନର୍ବସ୍ଥାନର ଏକ ଦିଗ ଭାବରେ ଦେଖା ଯାଇ ପାରେ । ଆହୁରି ମଧ୍ୟ ଆରଏସଏସର ଏହି ଖାପଖୁଆଇବା ଅଙ୍ଗଭଙ୍ଗୀ ବର୍ତ୍ତମାନ କେନ୍ଦ୍ରରେ ଥିବା ସରକାରଙ୍କର ନୀତି ପ୍ରତି ଜନସାଧାରଣଙ୍କର ବିରକ୍ତି ବିଷୟରେ ଅନୁଭବ କରି ସାରିବା ପରର ଏକ ପରିଣାମ ଭାବେ ଦେଖା ଯାଇପାରେ । ହିନ୍ଦୁତ୍ୱର ଏହି ପରିବର୍ଦ୍ଧିତ ଅର୍ଥ ବାହାର କରିବା ପଛରେ ଯେଉଁ କଥାଟି  ରହିଛି ତାହା ମୌଳିକ ଭାବରେ କ୍ଷମତାକୁ ଧରି ରଖିବାକୁ ଇଚ୍ଛୁକ ଶକ୍ତିମାନଙ୍କର ପ୍ରରୋଚନାରୁ ପ୍ରରୋଚିତ ହୋଇ କରାଯାଉଥିବା ପରି ହୃଦବୋଧ ହେଉଛି ।  ଆରଏସଏସ ପକ୍ଷରୁ ଯେଉଁ ବାହାନା କରାଯାଉଛି ଯେ ଆରଏସଏସ କ୍ଷମତା ଲୋଭୀ ନୁହେଁ ତାହା ସୁରକ୍ଷା ଦୃଷ୍ଟିରୁ ନିଆଯାଉଥିôବା ଏକ ବାହାନା ଯାହା ପଛରେ ନିଜର ହିନ୍ଦୁତ୍ୱ ଏଜେଣ୍ଡାକୁ ଆଗକୁ କରିବାର ରାଜନୈତିକ ମନୋବୃତ୍ତିଟି  ହିଁ ରହିଛି । ଭୋଟ ପରିପ୍ରେକ୍ଷୀରେ ମତଦାତାଙ୍କ ସମ୍ମୁଖରେ ଏକ ନରମପନ୍ଥୀ ମୁଖା ପେଶ୍ କରିବାର ଆରଏସଏସ ପକ୍ଷରୁ କରାଯାଉଥିବା ଏହା ଏକ ବାହାନା ।

                ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ମୌଳିକ ପ୍ରଶ୍ନ ଉଠୁଛି ଯେ ଅନ୍ତର୍ଭୁକ୍ତି ସାର୍ବଜନୀନ ମଙ୍ଗଳ ପରିପ୍ରେକ୍ଷୀରେ ହିନ୍ଦୁତ୍ୱର ଭିତିରି କଥାଟି ତାହାହେଲେ କ’ଣ ? ଏହା ହେଉଛି କେବଳ ଏକ ଫମ୍ପା ଦାବି । ବାସ୍ତବିକତାରେ ଯେଉଁ ଦ୍ୱନ୍ଦ ରହିଛି ତା ସହିତ ଏହାର କୌଣସି ସମ୍ବନ୍ଧ ନାହିଁ । ଆରଏସଏସର ମୁଖିଆ ଯେଉଁ ଦାବି କରୁଛନ୍ତି ସେଥିରେ ସେ କେବଳ ହିନ୍ଦୁତ୍ୱକୁ ସମାଜ ଭିତରେ ବାସ୍ତବରେ ଥିବା ଦ୍ୱନ୍ଦ କୁ ବିଚାରକୁ ନନେଇ ଏକ ସାର୍ବଜନୀନ ବିଶ୍ୱସନୀୟ ବ୍ୟାପାର ବୋଲି ପ୍ରମାଣ କରିବାର ଉଦ୍ୟମ କରୁଛନ୍ତି  । ଆରଏସଏସ ପକ୍ଷରୁ ଅନ୍ତର୍ଭୁକ୍ତି ହିନ୍ଦୁତ୍ୱ କଥା କୁହାଯାଉଛି କିନ୍ତୁ ଏବେ ଦେଶରେ ଥିବା ଅସମାନତା, ଅନ୍ୟାୟ, ଅମର୍ଯ୍ୟାଦା, ଦାସତ୍ୱ ଯାହାକୁ କି ସମାଜର ଦୁର୍ବଳ ବର୍ଗର ଲୋକମାନେ ଅଧିକ ସାମ୍ନା କରୁଛନ୍ତି ତା ବିଷୟରେ କିଛି କୁହାଯାଉନାହିଁ । ଏପରି ଏକ ଏକପାଖିଆ ଅନ୍ତର୍ଭୁକ୍ତି ହିନ୍ଦୁତ୍ୱ ବିଷୟରେ କିଛି ନିଷ୍ପତ୍ତି  ନେବାବେଳେ ଆରଏସଏସର ଟିକିଏ ଅଟକି ଆତ୍ମଚିନ୍ତନ ଓ ଆତ୍ମନିରୀକ୍ଷଣ  କରିବାର ଆବଶ୍ୟକତା ଥିଲା ଓ ନିଜକୁ ନିଜେ କେତୋଟି ପ୍ରଶ୍ନ ପଚାରିବାର ଆବଶ୍ୟକତା ରହିଥିଲା । କାରଣ ହିନ୍ଦୁତ୍ୱ ସବୁଠାରୁ ଉଦାର ଭାବଟିକୁ ମଧ୍ୟ ନଷ୍ଟ କରିଦିଏ ଯେହେତୁ ଏହା କୌଣସି ସାଧାରଣ ସିଷ୍ଟାଚାରକୁ  ମାନି ଆତ୍ମନିରୀକ୍ଷଣ କରିବା ଅବସ୍ଥାରେ ନ ଥାଏ  ଅଥବା ନିଜକୁ ନିଜେ କେବେ କୌଣସି ପ୍ରଶ୍ନ ପଚାରି ନଥାଏ । ଉଦାହରଣ ସ୍ୱରୂପ ଗୋଟିଏ ସଙ୍ଗଠନ ନିଜକୁ ଏହି ପ୍ରଶ୍ନଟି ପଚାରିବା ଦରକାର ଯେ ଏହା ସାମାଜିକ ବ୍ୟବସ୍ଥାରୁ ଉତ୍ପନ୍ନ ଜାତି, ଲିଙ୍ଗ, ସାମ୍ପ୍ରଦାୟିକ ଦଙ୍ଗା ମାମଲାରେ କି ଭୁମିକା ନେଇ କି ଅବଦାନ ଦେଇଛି ।  ସେହି ହେଉଛି ଆତ୍ମଚିନ୍ତନ । ଏହି ଦୃଷ୍ଟିରୁ ଆରଏସଏସ ପକ୍ଷରୁ ଆନ୍ତ-ଜାତି ବିବାହକୁ ପ୍ରୋତ୍ସାହିତ କରିବା କଥା କହିବା  ପୂର୍ବରୁ ଏହି ମାମଲାରେ ଯେଉଁ ପିତୃକୈନ୍ଦ୍ରୀକ ଅସହିଷ୍ଣୁତା ଦେଖା ଦେଇଛି ତା ପ୍ରତି ନିଜର ମନୋଭାବ ସ୍ପଷ୍ଟ କରିବା ଦରକାର । ସେହିପରି ଆରଏସଏସ ପ୍ରମୁଖ ଇନକ୍ରେଡିବଲ ଇଣ୍ଡିଆ ବିଷୟରେ କହିବା ପୂର୍ବରୁ ବହିସ୍କୃତ ଭାରତ ବା ବିଭିନ୍ନ ଲୋକଙ୍କୁ ସମାଜରୁ ବାସନ୍ଦ କରିବା ଘଟଣାରେ ନିଜର ଥିବା ମତିଗତିକୁ ତୁରନ୍ତ ବଦଳାଇବା ଦରକାର । ଏହି ମାମଲାରେ ଜଣେ ଜ୍ୟୋତିରାଓ ଫୁଲେ ଓ ବି ଆର ଆମ୍ବେଦକରଙ୍କର କଥାକୁ ମନେ ପକାଇବା ଦରକାର ଯେଉଁମାନେ କି  ତତକାଳୀନ ମୁଖ୍ୟଧାରାର ନେତାମାନଙ୍କୁ ସେମାନେ ପୁରସ୍କୃତ ଭାରତ ପ୍ରତି ଶତମୁଖ ହୋଇ ଉଠିବା ବେଳେ ସମାଜଚ୍ୟୁତ ଭାରତ କଥା ମନେ ପକାଇ ଦେଉଥିଲେ । ନିଜକୁ ଅନ୍ତର୍ଭୁକ୍ତି ଭାରତର ଭାଷ୍ୟକାର ବୋଲାଉଥିବା ଆତ୍ମବିଶ୍ୱାସୀ ନେତାମାନଙ୍କର ଆତ୍ମନିରୀକ୍ଷଣ କରିବାର  ନୈତିକ ସାମର୍ଥ୍ୟ ରହିବା ଦରକାର ।

ଆତ୍ମ ନିରୀକ୍ଷଣ ଏକ ନୈତିକ ତଥା ସାମାଜିକ ଆହ୍ୱାନ ଯାହାକୁ ବିରୋଧୀମାନେ ମଧ୍ୟ ଗୁରୁତ୍ୱର ସହ ନେବା କଥା ବିଚାର କରନ୍ତି । ଏହି ଆହ୍ୱାନରେ ସମସ୍ତଙ୍କ ଉଦ୍ୟମରେ ଭାରତୀୟ ସାଧାରଣତନ୍ତ୍ରକୁ ଗଣତାନ୍ତ୍ରିକ ତଥା ମର୍ଯ୍ୟାଦାପୂର୍ଣ୍ଣ ଭାବେ ସୁରକ୍ଷିତ ରଖିବା ପାଇଁ ଏକ ବିକଳ୍ପ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ହେବ ।

ବିରୋଧୀଦଳ ମଧ୍ୟରେ ସଂହତି ରକ୍ଷା କରିବା ପାଇଁ ଉଦ୍ୟମ କରିବା ଏକ କଳ୍ପନା ପ୍ରସୂତ ଚିନ୍ତାଧାରା ନୁହେଁ ବା ବାଚାଳତା ନୁହେଁ, ଏହା ଏକ ଶକ୍ତ ଆହ୍ୱାନ । ତେଣୁ ବର୍ତ୍ତମାନର ଆବଶ୍ୟକତା ହେଉଛି ଯେ ଲୋକଙ୍କ ଭିତରେ ଥିବା ଅସନ୍ତୋଷକୁ ବିରୋଧୀମାନେ ଅସ୍ତ୍ର କରି ଏକ ସାଧନଯୋଗ୍ୟ ବିକଳ୍ପ ନୀତି ଏବଂ କାର୍ଯ୍ୟକ୍ରମ ଜରିଆରେ ଏହାକୁ ଜନଗଣଙ୍କର ନିକଟରେ ପହଞ୍ଚାଇବା ଆବଶ୍ୟକ । ଏହି ବିକଳ୍ପ ମଣିଷର ଆଜୀବିକା ସହିତ ସାମାଜିକ ଅନ୍ତର୍ଭୁକ୍ତି ଏବଂ ସ୍ଥିରତା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଏପରି ଏକ କାର୍ଯ୍ୟକ୍ରମର ଅଭାବ ରାଜନୈତିକ ପ୍ରତିଦ୍ୱନ୍ଦିତାର ରୋଧକ ହେବା ସହିତ ବିରୋଧୀ ଦଳଗୁଡିକ ପ୍ରତି ଜନଗଣଙ୍କର ସଂଶୟକୁ  ଆହୁରି ଦୃଢିଭୂତ କରିବ । ଆମେ ସମସ୍ତେ ଏକଥା ଜାଣିଛେ ଯେ ଏହି ସଂଶୟ ବାସ୍ତବବାଦୀ ରାଜନୈତିକ ପରିସରରେ ଏକମାତ୍ର ରାଜନୈତିକ ଦଳ ବିଜେପିକୁ ଏକ ଦୃଢ ପ୍ରତିଯୋଗୀ ଭାବେ ତିଷ୍ଠି ରହିବା ପାଇଁ ସହାୟତା କରିଥାଏ ।

 କେବଳ ଏବେର ଶାସକମାନଙ୍କ ଦ୍ୱାରା ଗଣତାନ୍ତ୍ରିକ ଢାଞ୍ଚାଗୁଡିକୁ ଭାଙ୍ଗି ଦିଆଯାଉଛି ବୋଲି ଚିକ୍ରାର କରି ବା କାହାକୁ ଫାସିବାଦୀ ବୋଲି କହି ଦେଇ  ଗଣତନ୍ତ୍ରର ସୁରକ୍ଷା କରାଯାଇ ପାରିବ ନାହିଁ । ଏଥିପାଇଁ ଗୋଟିଏ ଏଭଳି କାର୍ଯ୍ୟସୂଚୀ ଦରକାର ଯେଉଁଥିରେ ଜନସାଧାରଣଙ୍କର ପୁନଃରାଜନୀତିକରଣ ଦ୍ୱାରା ସେମାନଙ୍କର ନିଜ ଭାଗ୍ୟ ନିଜେ ନିର୍ଣ୍ଣୟ କରିବା କ୍ଷେତ୍ରରେ ଥିବା ସଂଶୟ ଦୂର କରାଯାଇ ପାରିବ । ଜନତାର ଭାଗ୍ୟ ନିସନ୍ଦେହରେ ମର୍ଯ୍ୟାଦାସମ୍ପନ୍ନ ଭାବେ ଆଜୀବିକା ଉପାର୍ଜନ, ଗୁଣାତ୍ମକ ଜୀବନ ଯାପନ ସହିତ ଏକ ମର୍ଯ୍ୟାଦାପୂର୍ଣର୍ ମାନବ ସମାଜ ନିର୍ମାଣ ଉପରେ ପର୍ଯ୍ୟବେସିତ ହୋଇଥାଏ । ଏଥିପାଇଁ ବିକ୍ଷିପ୍ତ ଭାବରେ ଦଳିତ-ଆଦିବାସୀ, ମହିଳା ସଂଗଠନ, ବାମଦଳ, ଗଣସଙ୍ଗଠନ ଏବଂ ଜନଆନ୍ଦୋଳନମାନେ କାର୍ଯ୍ୟ ନକରି ଏକ ପରିବତ୍ତନଶୀଳ ବିକଳ୍ପ କାର୍ଯସୂଚୀ ନେଇ କାର୍ଯ୍ୟକରିବା ଦରକାର ।  ବର୍ତ୍ତମାନ ସମୟର ପ୍ରମୁଖ ବିରୋଧୀ ଦଳ ଗୁଡିକ ପାଖରେ ତାହା ଥିବା ପରି ଜଣାପଡୁନାହିଁ । ଏହି ଅଭାବ ହିଁ ବିରୋଧୀ ଦଳଗୁଡିକ ମଧ୍ୟରେ ବିଶୃଙ୍କଳା ସୃଷ୍ଟି କରିବାର ମୂଳ କାରଣ ହେବ ।

Back to Top