ISSN (Print) - 0012-9976 | ISSN (Online) - 2349-8846

ଭାରତର ନିଯୁକ୍ତି କ୍ଷେତ୍ରରେ ପରିବର୍ତ୍ତନ

ଶ୍ରମର ଅଣାନୁଷ୍ଠାନିକରଣ ଅର୍ଥନୈତିକ ପସନ୍ଦ ଅପେକ୍ଷା ଅଧିକ ରାଜନୈତିକ ଚଞ୍ଚକତାର ବିଷୟ

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ନିକଟରେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାଇ ସରକାରୀ କ୍ଷେତ୍ରରେ ୨.୪ଲକ୍ଷ ପଦବୀ ଖାଲି ପଡିଛି, ଯାହାକି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାରଙ୍କର ନିଯୁକ୍ତି ସୃଷ୍ଠି ଦାବୀ ଉପରେ ପ୍ରଶ୍ନବାଚୀ ଉଠାଇଛି । ଦେଶରେ ଆନୁଷ୍ଠାନିକ କ୍ଷେତ୍ରରେ ନିଯୁକ୍ତି ମୁଖ୍ୟତଃ ସରକାରୀ କ୍ଷେତ୍ରରେ ହୋଇଥାଏ । ଐତିହାସିକ ଭାବେ, ଏହି ପଡି ରହୁଥିବା ଖାଲି ପଦବୀ ହିଁ ସରକାର ନିଯୁକ୍ତି ସୃଷ୍ଠି ସଂପର୍କରେ କରୁଥିବା ଦାବୀ ଉପରେ ଅନେକ କଥା କୁହେ । ଗତ ଦଶକରେ, ସଂଗଠିତ କ୍ଷେତ୍ର ଦ୍ୱାରା ନିଯୁକ୍ତିର ଅଣାନୁଷ୍ଠାନିକରଣ ଭାରତରେ ବିକାଶ କାର୍ଯ୍ୟକାରୀ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ଗୁରୁତର ବିଚାରର ବିଷୟ ହୋଇଯାଇଛି । ସରକାରୀ ଖାଲି ସ୍ଥାୟୀ ପଦବୀର ଏହି ବୃଦ୍ଧି ହିଁ ଏଭଳି ଶ୍ରମର ଅଣାନୁଷ୍ଠାନିକରଣକୁ ସମର୍ଥନ କରୁଥିବା ନୀତିକୁ ଦେଖାଉଛି ।

ଭାରତରେ ଶ୍ରମର ଅଣାନୁଷ୍ଠାନିକରଣର ସାଂପ୍ରତିକ ଧାରା ଯେ ପ୍ରଚଳିତ ନୀତିର ଫଳ, ଏହାକୁ ସରକାର ମାନିବା ଭଳି ଦେଖାଯାଉ ନାହିଁ । ଗୋଟିଏ ପକ୍ଷରେ, ପାରମ୍ପରିକ ଭାବେ ବ୍ୟବହାର ହୋଇ ଆସୁଥିବା ଜାତୀୟ ନମୁନା ସର୍ବେକ୍ଷଣ ଦପ୍ତର (ଏନ୍.ଏସ୍.ଏସ୍.ଓ)ର ଚାକିରୀ-ବେକାରୀ କଳନାକୁ ଏପାଖ ସେପାଖ କରି ଅସ୍ଥିର କର୍ମଚାରୀ ଭବିଷ୍ୟନିଧି ସଂଗଠନର ତଥ୍ୟଭଣ୍ଡାରକୁ ବ୍ୟବହାର କରି ସରକାର କେତେକ ଅପ୍ରୀତିକର ପ୍ରମାଣକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଅନ୍ୟ ପକ୍ଷରେ, ନିକଟରେ ପ୍ରଧାନମନ୍ତ୍ରୀଙ୍କର ଟୀପଣୀ "ଯୁବକମାନେ ବାହାରେ ପକୋଡି ବିକି....ଏବଂ ଦିନକୁ ୨୦୦ଟଙ୍କା ରୋଜଗାର କରିବା ମଧ୍ୟ ନିଯୁକ୍ତି ସୃଷ୍ଠି" ଦର୍ଶାଉଛି ଯେ ଜାଣିଶୁଣି ରାଜନୈତିକ କଥାଚାତୁରୀରେ 'ଅଣାନୁଷ୍ଠାନିକ', 'ଆତ୍ମ'-ନିଯୁକ୍ତି ଓ 'ଉଦ୍ୟୋଗ' ଭଳି ଶବ୍ଦକୁ ଅଦଳବଦଳ କରି ବ୍ୟବହାର କରି ଅଣାନୁଷ୍ଠାନିକରଣକୁ ଚାକିରୀ ଆଶାୟୀଙ୍କର ପସନ୍ଦ ବୋଲି ଏକ ଧାରଣା ସୃଷ୍ଠି କରାଯାଉଛି, ଯେଉଁଠି ସେମାନେ କମ୍ ଶ୍ରମ-ବିଭାଜନ ଓ ଛୋଟ ପରିବର୍ତ୍ତନଶୀଳ ଅର୍ଥନୈତିକ କାରବାରରୁ ଅଧିକ ଲାଭ ପାଇଁ ସ୍ୱଚ୍ଛାକୃତ ଭାବେ ସାମାଜିକ ସୁରକ୍ଷା ଭଳି ଲାଭକୁ ତ୍ୟାଗ କରୁଛନ୍ତି ବୋଲି କୁହାଯାଉଛି । (ଆତ୍ମ) ନିଯୁକ୍ତିକୁ ନିୟନ୍ତ୍ରିତ କରୁଥିବା ସ୍ୱାଧୀନ, ସ୍ୱଳ୍ପ ଆୟ ଓ ନିମ୍ନ ଉତ୍ପାଦନଶୀଳତାର ଜୀବିକା ଏବଂ ବିଶେଷକରି ଅସଂଗଠିତ କ୍ଷେତ୍ରରେ ଅଣାନୁଷ୍ଠାନିକ ନିଯୁକ୍ତି ଉଦ୍ୟୋଗୀକରଣ ଠାରୁ ବହୁ ଦୂରରେ । ଯେତେବେଳେ କମ୍ ଶିକ୍ଷା ଓ ତାଲିମକୁ ଅସଂଗଠିତ କ୍ଷେତ୍ରର ଅଣାନୁଷ୍ଠାନିକ ନିଯୁକ୍ତି ପାଇଁ ଦାୟୀ କରାଯାଉଛି, ସଂଗଠିତ କ୍ଷେତ୍ରରେ ଉଚ୍ଚ ଶିକ୍ଷା ଓ ତାଲିମ ଥାଇ ଅଣାନୁଷ୍ଠାନିକ ନିଯୁକ୍ତି (ଠିକା ଓ ଅସ୍ଥାୟୀ ନିଯୁକ୍ତି)କୁ କିପରି ଦେଖାଯିବ । ଏଭଳି କି ଗବେଷଣା ଭଳି ବିଶେଷ ଜ୍ଞାନ ସମ୍ପନ୍ନ କ୍ଷେତ୍ରରେ ମଧ୍ୟ ଅଣାନୁଷ୍ଠାନିକରଣ ଘଟୁଛି ।

ଲାଟିନ୍ ଆମେରିକା ଓ କାରିବିଆନ୍‌ର ବିକାଶଶୀଳ ଦେଶଗୁଡିକର ଉଦାହରଣ ଦେଖାଏ ଯେ ଅତି ଦକ୍ଷତା ସମ୍ପନ୍ନ ଶ୍ରମିକମାନେ ଅଣାନୁଷ୍ଠାନିକ ନିଯୁକ୍ତିକୁ ସ୍ୱଚ୍ଛାକୃତ ଭାବେ ଚୟନ କରିପାରନ୍ତି, ଯେଉଁଠି ଶିକ୍ଷାର ଅତିରିକ୍ତ ଖର୍ଚ୍ଚ ରହିଛି । କିନ୍ତୁ ଏହା ଯେ ଭାରତର ପରିସ୍ଥିତି, ଏହା ସଂନ୍ଦେହଜନକ । ଭାରତୀୟ ଯୁବକମାନଙ୍କର ଦୃଷ୍ଟିଭଙ୍ଗି, ଉଦ୍‌ବେଗ ଓ ଉଚ୍ଚାଭିଳାଷ ସଂପର୍କରେ ଏକ ବିଶ୍ଲେଷଣ ବିକାଶଶୀଳ ସମାଜର ବିଶ୍ଲେଷଣ ପାଇଁ କେନ୍ଦ୍ର ଦ୍ୱାରା ୨୦୧୭ ମସିହାରେ କରାଯାଇଥିଲା । ଏହା ଦର୍ଶଏ ଯେ ରୋଜଗାର ଅପେକ୍ଷା ସ୍ଥାୟୀତ୍ୱ ଭାରତରେ ନିଯୁକ୍ତି ଚୟନରେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସମନ୍ୱିତ ଭାବେ, ତିନି-ପଞ୍ଚମାଂଶରୁ ଅଧିକ ଯୁବକ ସରକାରୀ ଚାକିରୀକୁ ଅଗ୍ରାଧିକାର ଦେଉଥିବା କହିଛନ୍ତି ଏବଂ ଗତ ଦଶକରେ ଏଥିରେ ବିଶେଷ କିଛି ପରିବର୍ତ୍ତନ ହୋଇ ନାହିଁ ।

ସରକାର ହେଉଛନ୍ତି ଦେଶର ସବୁଠାରୁ ବଡ ନିଯୁକ୍ତିଦାତା - ଏହି ପାରମ୍ପରିକ ଧାରଣା ଯୋଗୁଁ ସରକାରୀ କ୍ଷେତ୍ର ଉପରେ ଚାପ ଅତି ଅଧିକ । ନିକଟରେ ଭାରତୀୟ ରେଳରେ ନବେ ହଜାର ଖାଲି ସ୍ଥାନ ପାଇଁ ୧୨.୪ ଲକ୍ଷ ଆଶାୟୀ ଘଟଣାକୁ ଏଠାରେ ବିଚାର କରାଯାଇ ପାରେ । କିନ୍ତୁ ଏହା ଶିକ୍ଷାକୁ ପ୍ରଭାବିତ କରୁଥିବା ଅର୍ଥନୈତିକ ନୀତିକୁ ସୁନିଶ୍ଚିତ କଲାଭଳି ଦେଖାଯାଉ ନାହିଁ । କେହି ଏହାକୁ ମନା କରିପାରିବେ ନାହିଁ ଯେ ଐତିହାସିକ ଭାବେ ଭାରତରେ ସରକାରୀ କ୍ଷେତ୍ରର ଚରିତ୍ର ଭାବେ ଥିବା ବିଭିନ୍ନ ଫାଙ୍କ ଓ ମାନବ ସଂବଳର ଅସଦ୍ ବଣ୍ଟନର କୁଚକ୍ର ହିଁ ଏହି ଏକାଭିମୁଖୀ ଉଚ୍ଚାଭିଳାଷକୁ ଇନ୍ଧନ ଯୋଗାଇବାରେ ଏକ ଶକ୍ତିଶାଳୀ କାରଣ । ଏହା ମଧ୍ୟ ସରକାରୀ ଚାକିରୀରେ ପ୍ରବେଶର ମୂଲ୍ୟକୁ ଅତ୍ୟାଧିକ ବଢାଇ ଦେଇଛି । ଏଭଳି ଏକ ବ୍ୟବସ୍ଥା ମଧ୍ୟକୁ  ନ ପସି ପାରୁଥିବା ଚାକିରୀ ଆଶାୟୀମାନେ ଅଣାନୁଷ୍ଠାନିକ ବ୍ୟବସ୍ଥା ମଧ୍ୟକୁ ଅଧିକ ଆସୁଛନ୍ତି । ଏହାକୁ ସ୍ୱଚ୍ଛାକୃତ କହିବା ଭୂଲ ହେବ । ଏହା ସହ, ଗୋଟିଏ ପରେ ଗୋଟିଏ ପେ-କମିଶନ ଜରିଆରେ ଦରମା ବୃଦ୍ଧି ଭଳି ଜନ-ତୋଷଣ ନୀତି ଫଳରେ ସରକାର ଏବଂ ବିଶେଷ କରି ରାଜ୍ୟ ସରକାରମାନଙ୍କ ପାଇଁ ନିଯୁକ୍ତି ଦେବା ଏକ ବ୍ୟୟ ସାପେକ୍ଷ ବିଷୟ ହୋଇଯାଇଛି । ରାଜ୍ୟ ସରକାରମାନେ ନିଜର ସୀମିତ ସଂବଳ ମଧ୍ୟରେ କେନ୍ଦ୍ର ସରକାରଙ୍କର ଦରମା ହାର ସହ ସମାନ ଦରମା ଦେବା କଷ୍ଟକର ହୋଇଯାଉଛି । ସ୍ଥାୟୀ ପଦବୀଗୁଡିକ ଖାଲି ପଡୁଛି । ଅଧିକରୁ ଅଧିକ ଏହାକୁ ଠିକା ଓ ଅସ୍ଥାୟୀ ନିଯୁକ୍ତି ଦ୍ୱାରା ପୂରଣ କରି ସରକାର ନିଜର କଲ୍ୟାଣମୂଳକ ଭାବମୂର୍ତ୍ତିକୁ ରକ୍ଷା କରୁଛନ୍ତି ।

ନିଯୁକ୍ତିର ଅଣାନୁଷ୍ଠାନିକରଣ ନବ୍ୟ-ଉଦାରବାଦର ଏକ ସ୍ୱଭାବିକ ପରିଣାମ ଏବଂ ଭାରତ ଏହାର ବ୍ୟତିକ୍ରମ ନୁହେଁ । ଅଣାନୁଷ୍ଠାନିକରଣ  ଆଡକୁ ନେଉଥିବା ନିଯୁକ୍ତି ନୀତିଗୁଡିକୁ କୌଣସି ନିଦ୍ଧିଷ୍ଟ ସରକାର ସହ ଯୋଡି ହେବ ନାହିଁ । ସାଧାରଣ ଭାବେ ନବ୍ୟ-ଉଦାର ରାଷ୍ଟ୍ରର କାର୍ଯ୍ୟଧାରା ସହ ଏହା ଯୋଡି ହୋଇ ରହିଛି । ଗୋଟିଏ ପକ୍ଷରେ ଘରୋଇ କ୍ଷେତ୍ର ପରିଚାଳିତ ଅଭିବୃଦ୍ଧି ଲକ୍ଷ୍ୟ ସହ ଏହା ସୁହାଇ ଯାଉଛି । ବ୍ୟବସାୟୀକ ଦୃଷ୍ଟିରୁ, ଅଣାନୁଷ୍ଠାନିକ (ଅସ୍ଥାୟୀ) ଚାକିରୀରେ ଖର୍ଚ୍ଚ କମ୍ ରହିବ, ଯାହାକି ପ୍ରତିଦ୍ୱନ୍ଦିତାରେ ଅଧିକ ଉତ୍ପାଦନଶୀଳତା ଅପେକ୍ଷା ବୋଧହୁଏ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହା ସହ, ନବ୍ୟ-ଉଦାରବାଦୀମାନଙ୍କର ଖର୍ଚ୍ଚକାଟ ନୀତି ସହ ଏହା ବେଶ ଖାପ ଖାଉଛି । ଏଠାରେ ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି, ସରକାର ନିଜର ଦାୟୀତ୍ୱରୁ ଖସି ଯିବା ପାଇଁ ଏହି ଢାଞ୍ଚାଗତ ପରିବର୍ତ୍ତନ ପ୍ରତି ଆଖି ବୁଜି ଦେଇଛନ୍ତି । ଏହି ପରିବର୍ତ୍ତନକୁ ସ୍ୱକାର ଓ ଗ୍ରହଣ କରୁ ନ ଥିବା ବ୍ୟବସ୍ଥା ସାମାଜିକ ଧ୍ରୁବୀକରଣର ଆକ୍ରମଣକୁ ହ୍ରାସ କରିବାରେ ବିଫଳ ହେବ, ଯାହାକି ନବ୍ୟ-ଉଦାରବାଦ ଅବସଂଭାବୀ ପରିଣତି ।

Back to Top